ଓଡ଼ିଶାର ସାମୁଦ୍ରିକ ଝଡ ତିତଲି ଓ ଏହା ସହ ଆଣିଥିବା ପ୍ରବଳ ବର୍ଷା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତି ରାଜ୍ୟର ଅନେକ ଜିଲ୍ଲାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ଆମ ଓଡ଼ିଆ ମାନଙ୍କ ପାଇଁ ନୂଆ କଥା ନୁହେଁ। ପ୍ରକୃତିର କୋପକୁ ସାମ୍ନା କରି ପୁଣି ଆଗକୁ ବଢିବା ଆମ ଓଡ଼ିଆମାନଙ୍କ ଡିଏନଏରେ ଅଛି।
-
-
ଆକାଶମାର୍ଗରୁ ବିପନ୍ନ ଅଂଚଳ ବୁଲିବା ପରେ ଆପଣ ଗଜପତି ଜିଲ୍ଲାର ଏହି ଗଣମୃତ୍ୟୁକୁ ସ୍ୱୀକାର କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇ ଆପଣ ଆପଣଙ୍କର ଦାୟିତ୍ଵକୁ ଶେଷ କରି ଦେଉଛନ୍ତି। ସେମାନେ ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁବରଣ କରି ନାହାଁନ୍ତି ।
Show this thread -
ଆପଣଙ୍କ ସରକାରର ସମ୍ବେଦନ ହୀନ ବିପର୍ଯ୍ୟୟ ପରିଚାଳନା ଯୋଗୁଁ ସେମାନେ ଗଣହତ୍ୟାର ଶୀକାର ହୋଇଛନ୍ତି । ଅମୂଲ୍ୟ ଜୀବନହାନି ସାମ୍ନାରେ ସମ୍ବେଦନହୀନ କ୍ଷତିପୂରଣର କ’ଣ ବା ମୂଲ୍ୟ ଅଛି ?
Show this thread -
ପାଣିପାଗ ବିଭାଗ ଯଥେଷ୍ଟ ପୂର୍ବରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଆଦିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲା । ଏହା ସତ୍ଵେ ପ୍ରସ୍ତୁତି ଓ ପରିଚାଳନାର ବିଫଳତା ପ୍ରଭାବିତ ଅଂଚଳର ଲୋକମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି ।
Show this thread -
ଲୋକଙ୍କ ଦୁର୍ଦ୍ଦଶା ସମୟରେ ଏହି ବିଫଳତାକୁ ବିନମ୍ରତାର ସ୍ଵୀକାର କରିବା ପାଇଁ ସରକାର ଓ ପ୍ରଶାସନର କୁଣ୍ଠା ଆପଣଙ୍କ ଅହଙ୍କାରକୁ ସ୍ପଷ୍ଟ କରୁଛି।
Show this thread -
ଓଡ଼ିଆ ଲୋକଙ୍କ ଆତ୍ମାର କଥା ବୁଝୁନଥିବା ଗୋଟିଏ ଗୋଷ୍ଠୀ କ’ଣ ଆପଣଙ୍କୁ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ସମୟରେ ଏତେ ମାତ୍ରାରେ ସମ୍ବେଦନହୀନ କରି ଦେଇଛି ?ପ୍ରକୃତିର କଷ୍ଟଠାରୁ ସମ୍ବେଦନହୀନ ବକ୍ତବ୍ୟ ଆମ ଓଡ଼ିଆମାନଙ୍କ ମନରେ ଆହୁରି ଅଧିକ କଷ୍ଟ ଓ ଯନ୍ତ୍ରଣା ଦେଉଛି ।
Show this thread -
ପ୍ରାକୃତିକ ବିପର୍ଯ୍ୟୟ କଷ୍ଟଠାରୁ ଆପଣ ଓ ଆପଣଙ୍କ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଆହୁରି କଷ୍ଟ ଦେଉଛି । ‘ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ।
Show this thread
End of conversation
New conversation -
-
- End of conversation
New conversation
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.