ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ରାଜ୍ୟରେ ଖାମଖିଆଲ ବିପର୍ଯ୍ୟୟ ପରିଚାଳନା ଓ ଆପଣଙ୍କ ସରକାରର ସମ୍ବେଦନ ହୀନତା କାରଣରୁ ମନୁଷ୍ୟକୃତ ତ୍ରୁଟିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକମାନେ ଭୋଗୁଥିବା ଦୁର୍ଦ୍ଦଶାରେ ଓଡ଼ିଶାବାସୀ ମର୍ମାହତ ।
-
-
ଜିରୋ କାଜୁଆଲିଟିର ନାରା ଦେଇ, ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜକୁ ପ୍ରଚାର ମାଧ୍ୟମରେ ସୀମିତ ରଖିଲେ। ଆତ୍ମ ପ୍ରଚାରର ମାତ୍ରା ଏତେ ମାତ୍ରାରେ ବଢାଇଲେ ଯେ ହକିର ବ୍ରାଣ୍ଡିଂ କରିବା ପାଇଁ ଓଡ଼ିଆ ଲୋକଙ୍କ ଦୁର୍ଦ୍ଦଶା ସମୟରେ କଳିଙ୍ଗ ଷ୍ଟାଡିୟମ୍ରେ ଫଟୋସୁଟ୍ କଲେ ।
Show this thread -
ଯେତେବେଳେ ବାତ୍ୟା ଓ ପରର୍ବତ୍ତୀ ଲଗାଣ ବର୍ଷା ଓଡ଼ିଆ ଲୋକମାନଙ୍କୁ ଚିନ୍ତାରେ ପକାଉଥିଲା ଆପଣ ନିଜର ଆତ୍ମପ୍ରଚାର ପାଇଁ ‘ସୋନୀ ମନୋରଂଜନ ଟେଲିଭିନ’ରେ କୌନ୍ ବନେଗା କରୋଡପତି ଶୋରେ ଉତ୍ସବ ପାଳନ କରିବାକୁ ଆପଣଙ୍କ ବିବେକ ଟିକେ ବାଧା ଦେଲା ନାହିଁ ।
Show this thread -
ବାତ୍ୟା ଓ ବର୍ଷାରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ଦୃଢ଼ ପ୍ରସ୍ତୁତି ବଦଳରେ କେବଳ ସଙ୍କେତିକଭାବେ ନିଜ ଗୁରୁ ଦାୟିତ୍ୱ ଶେଷ କରି ନିଜର ଆତ୍ମ ପ୍ରଚାରରେ ହିଁ କେବଳ ବ୍ୟସ୍ତ ରହିଲେ । ଆପଣଙ୍କ ନିଜର ଭାବମୂର୍ତ୍ତୀ ନିର୍ମାଣ ପାଇଁ ଆସନ୍ନ ଦୁର୍ବିପାକର ପର୍ଯ୍ୟାପ୍ତ ପ୍ରସ୍ତୁତିକୁ ଅଣଦେଖା କଲେ ।
Show this thread -
ଆପଣଙ୍କ ନିଜ ମୁଣ୍ଡକୁ ଦାୟିତ୍ୱ ନ ନେବା କାରଣରୁ ଅନେକ ଜିଲ୍ଲାର ଲୋକମାନେ ଦୁଃଖ ଓ ଦୁର୍ଦ୍ଦଶା ଭିତରେ ରହିଲେ । ଏଥିରୁ ଆପଣ ନିଜକୁ ଦାୟିତ୍ଵ ମୁକ୍ତ କରି ପାରିବେ ନାହିଁ।
Show this thread -
ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣ ମୃତ୍ୟୁ ମୁଖରେ ପଡିବା ଓ ଅନେକ ନିଖୋଜ ହେବା ଗଣମାଧ୍ୟମ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣା ପଡ଼ୁଛି । ରାଜ୍ୟର ଆହୁରି ଅନେକ ସ୍ଥାନରେ ଅନେକ ଲୋକ ମୃତାହତ ହେବାର ଖବର ଅଛି ।
Show this thread -
ମାତ୍ର ସବୁଠାରୁ ଦୁଃଖ ଓ କଷ୍ଟର ବିଷୟ ଆପଣଙ୍କର ବରିଷ୍ଠ ଅଫିସର ଓ ମନ୍ତ୍ରୀମାନଙ୍କର ବୟାନ କଟା ଘାରେ ଚୂନ ଦେବା ପରି ପରିସ୍ଥିତି ସୃଷ୍ଟି କରୁଛି । ଯଦି ଆପଣଙ୍କର ବରିଷ୍ଠ ମନ୍ତ୍ରୀ କୁହନ୍ତି ଆମେରିକାର ବାତ୍ୟାରେ ୧୭୦ ଲୋକଙ୍କର ମୃତ୍ୟୁ ହେଲା ଓ ତିତଲି ତା ତୂଳନାରେ କମ କ୍ଷତି କରିଛି ଏହା ଓଡ଼ିଆ ଲୋକଙ୍କ ଅନ୍ତରକୁ ବାଧୁଛି।
Show this thread -
ଆପଣଙ୍କ ବରିଷ୍ଠ ଅଫିସରମାନେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ଲୋକ ବାତ୍ୟାରେ ମରି ନାହାନ୍ତି ଓ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି ବୋଲି ସମ୍ବେଦନହୀନ ବୟାନ ଦେଇ ଓଡ଼ିଆ ଲୋକଙ୍କୁ ଆହୁରି ଲାଞ୍ଛିତ ଓ ଅପମାନିତ କରୁ ନାହାଁନ୍ତି କି ?
Show this thread -
ଆକାଶମାର୍ଗରୁ ବିପନ୍ନ ଅଂଚଳ ବୁଲିବା ପରେ ଆପଣ ଗଜପତି ଜିଲ୍ଲାର ଏହି ଗଣମୃତ୍ୟୁକୁ ସ୍ୱୀକାର କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇ ଆପଣ ଆପଣଙ୍କର ଦାୟିତ୍ଵକୁ ଶେଷ କରି ଦେଉଛନ୍ତି। ସେମାନେ ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁବରଣ କରି ନାହାଁନ୍ତି ।
Show this thread -
ଆପଣଙ୍କ ସରକାରର ସମ୍ବେଦନ ହୀନ ବିପର୍ଯ୍ୟୟ ପରିଚାଳନା ଯୋଗୁଁ ସେମାନେ ଗଣହତ୍ୟାର ଶୀକାର ହୋଇଛନ୍ତି । ଅମୂଲ୍ୟ ଜୀବନହାନି ସାମ୍ନାରେ ସମ୍ବେଦନହୀନ କ୍ଷତିପୂରଣର କ’ଣ ବା ମୂଲ୍ୟ ଅଛି ?
Show this thread -
ପାଣିପାଗ ବିଭାଗ ଯଥେଷ୍ଟ ପୂର୍ବରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଆଦିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲା । ଏହା ସତ୍ଵେ ପ୍ରସ୍ତୁତି ଓ ପରିଚାଳନାର ବିଫଳତା ପ୍ରଭାବିତ ଅଂଚଳର ଲୋକମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି ।
Show this thread -
ଲୋକଙ୍କ ଦୁର୍ଦ୍ଦଶା ସମୟରେ ଏହି ବିଫଳତାକୁ ବିନମ୍ରତାର ସ୍ଵୀକାର କରିବା ପାଇଁ ସରକାର ଓ ପ୍ରଶାସନର କୁଣ୍ଠା ଆପଣଙ୍କ ଅହଙ୍କାରକୁ ସ୍ପଷ୍ଟ କରୁଛି।
Show this thread -
ଓଡ଼ିଆ ଲୋକଙ୍କ ଆତ୍ମାର କଥା ବୁଝୁନଥିବା ଗୋଟିଏ ଗୋଷ୍ଠୀ କ’ଣ ଆପଣଙ୍କୁ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ସମୟରେ ଏତେ ମାତ୍ରାରେ ସମ୍ବେଦନହୀନ କରି ଦେଇଛି ?ପ୍ରକୃତିର କଷ୍ଟଠାରୁ ସମ୍ବେଦନହୀନ ବକ୍ତବ୍ୟ ଆମ ଓଡ଼ିଆମାନଙ୍କ ମନରେ ଆହୁରି ଅଧିକ କଷ୍ଟ ଓ ଯନ୍ତ୍ରଣା ଦେଉଛି ।
Show this thread -
ପ୍ରାକୃତିକ ବିପର୍ଯ୍ୟୟ କଷ୍ଟଠାରୁ ଆପଣ ଓ ଆପଣଙ୍କ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଆହୁରି କଷ୍ଟ ଦେଉଛି । ‘ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ।
Show this thread
End of conversation
New conversation -
-
-
କହିଵାଵାହୁଲ୍ୟ met. dept ଵାତ୍ୟାର ଠିକ ଆକଳନରେ ଵିଫଳତାଯୋଗୁଁ ରାୟଗଡ଼ା ଭଳିକିଛି ଜିଲ୍ଲା ଅଧିକକ୍ଷତିଗ୍ରସ୍ତହେଲେ ତଥାପି ରାଜ୍ୟସରକାରଙ୍କ ଦୃତପଦକ୍ଷେପଯୋଗୁଁ ଶୀଘ୍ରାତିଶୀଘ୍ର ଅତ୍ୟାବଶ୍ୟକୀୟଵ୍ୟଵସ୍ଥା ପୁନଃସଂଚାଳନ ଵ୍ଯଵସ୍ଥାକରାଯାଇଛି ରାଜ୍ୟରଦୁର୍ଦ୍ଦିନରେ ଓଡିଶାଜନ୍ମିତ କେନ୍ଦ୍ରମନ୍ତ୍ରୀ ଲୋକଙ୍କସହ ନ ରହି ରାଜନୀତିକରିବା ପରିତାପରଵିଷୟ
- End of conversation
New conversation -
-
-
ଧର୍ମେନ୍ଦ୍ରାବାବୁ ବାତ୍ୟା ଦୁଇ ଚାରି ଦିନ ଆଗରୁ ଜଣାପଡିଥିଲା କଣ କ୍ଷତି ହେଇଥିଲାବୋଲି ସମାଲୋଚନା ତେବେ ଦୁଇ ଚାରି ମାସର ପେଟ୍ରୋଲ ଡିଜେଲ ଦର କମେଇବାରେ ବିଫଳ କାହିଁକି !କହିବେକି ମାନ୍ୟବର ନିଜେ କଣ ତେଲ ପଇସାରେ ବିଦେଶ ବୁଲି ଅୟସ କରୁଛନ୍ତି ଧନ୍ୟ ତୁମକୁ
-
ତଥ୍ୟ ସଂଗ୍ରହ କରି କଥା ହୁଅନ୍ତୁ ମହାଶୟ । କେନ୍ଦ୍ର ସରକାର ତେଲ ଦର କମେଇ ସାରିଲା ପରେ ବି ରାଜ୍ୟ ସରକାର କମାଇବାରେ ବିଫଳ ।
-
କେତେ କମେଇଥିଲେ ପୁଣି କେତେ ବଢ଼େଇଲେ କହିବେକି ଯଦି କମାଉଥିଲେ ପୁଣି ବଢ଼େଇବା ପ୍ରହସନ ନୁଁହକି
End of conversation
New conversation -
-
- End of conversation
New conversation
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.