ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ରାଜ୍ୟରେ ଖାମଖିଆଲ ବିପର୍ଯ୍ୟୟ ପରିଚାଳନା ଓ ଆପଣଙ୍କ ସରକାରର ସମ୍ବେଦନ ହୀନତା କାରଣରୁ ମନୁଷ୍ୟକୃତ ତ୍ରୁଟିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକମାନେ ଭୋଗୁଥିବା ଦୁର୍ଦ୍ଦଶାରେ ଓଡ଼ିଶାବାସୀ ମର୍ମାହତ ।
-
-
ମାତ୍ର ସବୁ ସୁଯୋଗ ଓ ସମ୍ଭାବନା ସତ୍ତ୍ୱେ ତିତଲି ଓ ଏହା ସାଙ୍ଗରେ ଆସିଥିବା ବର୍ଷା ଓଡିଶାର ଅନେକ ଜିଲ୍ଲାର ବିପର୍ଯ୍ୟୟ ମୁକାବିଲା ବିଫଳ ହେବା ସହ ଲୋକମାନଙ୍କୁ ଦୁଃଖ ଓ ଦୁର୍ଦ୍ଦଶାକୁ ଠେଲି ଦେବା ପରିତାପର ବିଷୟ ।
Show this thread -
ଆପଣଙ୍କ ପ୍ରତି ୧୯ ବର୍ଷର ବଡ଼ ଜନସମର୍ଥନର ବଡ଼ ଦମ୍ଭ ଓ ଅହଙ୍କାର କାରଣରୁ ଆପଣଙ୍କ ସରକାର ଓ ପ୍ରଶାସନର ବେପରୁଆ ଓ ଅପରିଣାମଦର୍ଶୀ ବିପର୍ଯ୍ୟୟ ପରିଚାଳନା ଆଜି ଓଡ଼ିଆ ଲୋକମାନଙ୍କୁ ଦୁର୍ଦିନ ଭିତରକୁ ଠେଲି ଦେଇଛି ।
Show this thread -
ଜିରୋ କାଜୁଆଲିଟିର ନାରା ଦେଇ, ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜକୁ ପ୍ରଚାର ମାଧ୍ୟମରେ ସୀମିତ ରଖିଲେ। ଆତ୍ମ ପ୍ରଚାରର ମାତ୍ରା ଏତେ ମାତ୍ରାରେ ବଢାଇଲେ ଯେ ହକିର ବ୍ରାଣ୍ଡିଂ କରିବା ପାଇଁ ଓଡ଼ିଆ ଲୋକଙ୍କ ଦୁର୍ଦ୍ଦଶା ସମୟରେ କଳିଙ୍ଗ ଷ୍ଟାଡିୟମ୍ରେ ଫଟୋସୁଟ୍ କଲେ ।
Show this thread -
ଯେତେବେଳେ ବାତ୍ୟା ଓ ପରର୍ବତ୍ତୀ ଲଗାଣ ବର୍ଷା ଓଡ଼ିଆ ଲୋକମାନଙ୍କୁ ଚିନ୍ତାରେ ପକାଉଥିଲା ଆପଣ ନିଜର ଆତ୍ମପ୍ରଚାର ପାଇଁ ‘ସୋନୀ ମନୋରଂଜନ ଟେଲିଭିନ’ରେ କୌନ୍ ବନେଗା କରୋଡପତି ଶୋରେ ଉତ୍ସବ ପାଳନ କରିବାକୁ ଆପଣଙ୍କ ବିବେକ ଟିକେ ବାଧା ଦେଲା ନାହିଁ ।
Show this thread -
ବାତ୍ୟା ଓ ବର୍ଷାରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ଦୃଢ଼ ପ୍ରସ୍ତୁତି ବଦଳରେ କେବଳ ସଙ୍କେତିକଭାବେ ନିଜ ଗୁରୁ ଦାୟିତ୍ୱ ଶେଷ କରି ନିଜର ଆତ୍ମ ପ୍ରଚାରରେ ହିଁ କେବଳ ବ୍ୟସ୍ତ ରହିଲେ । ଆପଣଙ୍କ ନିଜର ଭାବମୂର୍ତ୍ତୀ ନିର୍ମାଣ ପାଇଁ ଆସନ୍ନ ଦୁର୍ବିପାକର ପର୍ଯ୍ୟାପ୍ତ ପ୍ରସ୍ତୁତିକୁ ଅଣଦେଖା କଲେ ।
Show this thread -
ଆପଣଙ୍କ ନିଜ ମୁଣ୍ଡକୁ ଦାୟିତ୍ୱ ନ ନେବା କାରଣରୁ ଅନେକ ଜିଲ୍ଲାର ଲୋକମାନେ ଦୁଃଖ ଓ ଦୁର୍ଦ୍ଦଶା ଭିତରେ ରହିଲେ । ଏଥିରୁ ଆପଣ ନିଜକୁ ଦାୟିତ୍ଵ ମୁକ୍ତ କରି ପାରିବେ ନାହିଁ।
Show this thread -
ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣ ମୃତ୍ୟୁ ମୁଖରେ ପଡିବା ଓ ଅନେକ ନିଖୋଜ ହେବା ଗଣମାଧ୍ୟମ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣା ପଡ଼ୁଛି । ରାଜ୍ୟର ଆହୁରି ଅନେକ ସ୍ଥାନରେ ଅନେକ ଲୋକ ମୃତାହତ ହେବାର ଖବର ଅଛି ।
Show this thread -
ମାତ୍ର ସବୁଠାରୁ ଦୁଃଖ ଓ କଷ୍ଟର ବିଷୟ ଆପଣଙ୍କର ବରିଷ୍ଠ ଅଫିସର ଓ ମନ୍ତ୍ରୀମାନଙ୍କର ବୟାନ କଟା ଘାରେ ଚୂନ ଦେବା ପରି ପରିସ୍ଥିତି ସୃଷ୍ଟି କରୁଛି । ଯଦି ଆପଣଙ୍କର ବରିଷ୍ଠ ମନ୍ତ୍ରୀ କୁହନ୍ତି ଆମେରିକାର ବାତ୍ୟାରେ ୧୭୦ ଲୋକଙ୍କର ମୃତ୍ୟୁ ହେଲା ଓ ତିତଲି ତା ତୂଳନାରେ କମ କ୍ଷତି କରିଛି ଏହା ଓଡ଼ିଆ ଲୋକଙ୍କ ଅନ୍ତରକୁ ବାଧୁଛି।
Show this thread -
ଆପଣଙ୍କ ବରିଷ୍ଠ ଅଫିସରମାନେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ଲୋକ ବାତ୍ୟାରେ ମରି ନାହାନ୍ତି ଓ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି ବୋଲି ସମ୍ବେଦନହୀନ ବୟାନ ଦେଇ ଓଡ଼ିଆ ଲୋକଙ୍କୁ ଆହୁରି ଲାଞ୍ଛିତ ଓ ଅପମାନିତ କରୁ ନାହାଁନ୍ତି କି ?
Show this thread -
ଆକାଶମାର୍ଗରୁ ବିପନ୍ନ ଅଂଚଳ ବୁଲିବା ପରେ ଆପଣ ଗଜପତି ଜିଲ୍ଲାର ଏହି ଗଣମୃତ୍ୟୁକୁ ସ୍ୱୀକାର କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇ ଆପଣ ଆପଣଙ୍କର ଦାୟିତ୍ଵକୁ ଶେଷ କରି ଦେଉଛନ୍ତି। ସେମାନେ ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁବରଣ କରି ନାହାଁନ୍ତି ।
Show this thread -
ଆପଣଙ୍କ ସରକାରର ସମ୍ବେଦନ ହୀନ ବିପର୍ଯ୍ୟୟ ପରିଚାଳନା ଯୋଗୁଁ ସେମାନେ ଗଣହତ୍ୟାର ଶୀକାର ହୋଇଛନ୍ତି । ଅମୂଲ୍ୟ ଜୀବନହାନି ସାମ୍ନାରେ ସମ୍ବେଦନହୀନ କ୍ଷତିପୂରଣର କ’ଣ ବା ମୂଲ୍ୟ ଅଛି ?
Show this thread -
ପାଣିପାଗ ବିଭାଗ ଯଥେଷ୍ଟ ପୂର୍ବରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଆଦିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲା । ଏହା ସତ୍ଵେ ପ୍ରସ୍ତୁତି ଓ ପରିଚାଳନାର ବିଫଳତା ପ୍ରଭାବିତ ଅଂଚଳର ଲୋକମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି ।
Show this thread -
ଲୋକଙ୍କ ଦୁର୍ଦ୍ଦଶା ସମୟରେ ଏହି ବିଫଳତାକୁ ବିନମ୍ରତାର ସ୍ଵୀକାର କରିବା ପାଇଁ ସରକାର ଓ ପ୍ରଶାସନର କୁଣ୍ଠା ଆପଣଙ୍କ ଅହଙ୍କାରକୁ ସ୍ପଷ୍ଟ କରୁଛି।
Show this thread -
ଓଡ଼ିଆ ଲୋକଙ୍କ ଆତ୍ମାର କଥା ବୁଝୁନଥିବା ଗୋଟିଏ ଗୋଷ୍ଠୀ କ’ଣ ଆପଣଙ୍କୁ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ସମୟରେ ଏତେ ମାତ୍ରାରେ ସମ୍ବେଦନହୀନ କରି ଦେଇଛି ?ପ୍ରକୃତିର କଷ୍ଟଠାରୁ ସମ୍ବେଦନହୀନ ବକ୍ତବ୍ୟ ଆମ ଓଡ଼ିଆମାନଙ୍କ ମନରେ ଆହୁରି ଅଧିକ କଷ୍ଟ ଓ ଯନ୍ତ୍ରଣା ଦେଉଛି ।
Show this thread -
ପ୍ରାକୃତିକ ବିପର୍ଯ୍ୟୟ କଷ୍ଟଠାରୁ ଆପଣ ଓ ଆପଣଙ୍କ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଆହୁରି କଷ୍ଟ ଦେଉଛି । ‘ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ।
Show this thread
End of conversation
New conversation -
-
-
ଏଇଟା ହେଉଛି ବିଜେପିର ଚାଲ,ଲୋକଙ୍କୁ ଠକିବାରେ ଉସ୍ତାଦ। ସେମାନେ ଭାବନ୍ତି ଯେ ଖାଲି ସେମାନେ ହିଁ ଚାଲାକ ଆଉ ସବୁ ବୋକା। ଜାଣିପାରୁନାହାନ୍ତି ଯେ ନିଜ କୁରାଢ଼ିରେ ନିଜ ଗୋଡ ମାରୁଛନ୍ତି ବୋଲି ।
- 1 more reply
New conversation -
-
-
Actually ur character is just to loot people & play dirty politics plz don't try to give rubbish statement against BJD. Where was ur govt. till now sleeping in chilled room & tweeting is very easy. Stop teasing the party who is for Odisha.pic.twitter.com/ZEmR5qvHeB
- End of conversation
New conversation -
-
New conversation
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.